ବିବାହ ବନ୍ଧନ ରେ ବାନ୍ଧିହେବ ସାହିର୍!

ନୂଆଦିଲ୍ଲୀ (୨୫ /୧୧ ପିପିଏଲ ନ୍ୟୁଜ) : ଟିଭି ସିରିଏଲ ‘ୟେ ରିସ୍ତା ହେ ପ୍ୟାର କି’ର ଅଭିନେତା ସାହିର୍ ସୈଖ୍‌ଙ୍କର ନିକଟରେ ପ୍ରେମିକା ରୁଚିକା କପୁରଙ୍କ ସହିତ, ନିର୍ବନ୍ଧ ସରିଯାଇଛି । ନିକଟରେ ସାହିର୍ ରୁଚିକାଙ୍କ ଫଟୋ ତାଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରି ଖାସ୍ ଅନ୍ଦାଜରେତାଙ୍କ ରିଲେସନସିପ୍ ବିଷୟରେ ଜଣେଇଥିଲେ, ଆଉ ଏବେ ସେ ତାଙ୍କ ନିର୍ବନ୍ଧ ବିଷୟରେ ଜଣାଇଛନ୍ତି ।ସାହିର୍ ଇନ୍‌ଷ୍ଟାଗ୍ରାମରେ ରୁଚିକାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘#TuHasdiRave ବାକି ଜୀବନକୁ ନେଇ ମୁଁ ବହୁତ୍ ଏକ୍ସାଇଟେଡ୍ ଅଛି ।କିଛିଦିନ ଧରି ସାହିର୍ ଓ ରୁଚିକାଙ୍କ ବିବାହର କଥା ଚାଲିଥିଲା । କୁହାଯାଉଥିଲା ଯେ, ଦୁହେଁ ଚଳିତ ବର୍ଷ ବିବାହ କରିପାରନ୍ତି । ହେଲେ ସେମାନେ କେବେ ବିବାହ କରିବେ ତାହା ଏବେ ଯାଏଁ ଜଣାପଡିନାହିଁ , କିନ୍ତୁ ନିକଟରେ ତାଙ୍କର ନିର୍ବନ୍ଧ ସରିଯାଇଛି । ତାଙ୍କ ନିର୍ବନ୍ଧକୁ ନେଇ ଫ୍ୟାନ୍ସମାନେ ବେଶ ଖୁସି ଥିବା ସହିତ, ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ରିପୋଟର -ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *