ବିରଳ ଅସ୍ତ୍ରୋପଚାର : ପ୍ରସବ ବେଳେ ମହିଳା ଙ୍କ ପେଟରୁ ବାହାରିଲା….

ସୁବର୍ଣ୍ଣପୁର ( ୨୨/୧୧ ,ପିପିଏଲ୍ ନ୍ୟୁଜ୍ ) : ସୁବର୍ଣ୍ଣପୁର ସହରର ଏକ ଘରୋଇ ନର୍ସିଂ ହୋମରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ବୌଦ୍ଧ ଜିଲ୍ଲା ଘଣ୍ଟାପଡାର ଜଣେ ଆସନ୍ନ ପ୍ରସବା ମହିଳା ପ୍ରସବ କଷ୍ଟ ହେବା ପରେ ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ।ତେବେ ଡାକ୍ତର ମନୋଜ କୁମାର ନାୟକ ଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଡାକ୍ତର ଦଳ ଅସ୍ତ୍ରୋପଚାର କରି ମା ଗର୍ଭରୁ ଜଣେ କନ୍ୟା ସନ୍ତାନକୁ କାଢ଼ିବା ପରେ ଦୁଇଟି ବଡ ବଡ ଟ୍ୟୁମର କାଢ଼ିଥିଲେ।ଟ୍ୟୁମର ଦୁଇଟିର ଓଜନ ପ୍ରାୟ ଚାରି କେଜିରୁ ଅଧିକ ହେବ ବୋଲି ନର୍ସିଂ ହୋମ ପକ୍ଷରୁ ସୂଚନା ଦିଆଯାଇଛି।ଯଦିଓ ଆୟୁର୍ବିଜ୍ଞାନ ଅସ୍ତ୍ରୋପଚାରରେ ଏହା ଏକ ସାଧାରଣ ଘଟଣା , ତଥାପି ସୁବର୍ଣ୍ଣପୁର ପରି ଏକ ଛୋଟିଆ ସହରରେ ଏଭଳି ଅସ୍ତ୍ରୋପଚାର ଘଟଣା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି।ଅସ୍ତ୍ରୋପଚାର କରିଥିବା ଡାକ୍ତରୀଦଳକୁ ପ୍ରସୂତୀଙ୍କ ପରିବାର ବର୍ଗ ,ନର୍ସିଂହୋମ କର୍ତ୍ତୃପକ୍ଷ ଓ ସ୍ବେଚ୍ଛାସେବୀ ମାନେ ଧନ୍ୟବାଦ ଦେଇଛନ୍ତି।

ରିପୋର୍ଟ – ସଞ୍ଜୟ କୁମାର ସାହୁ

Leave a Reply

Your email address will not be published. Required fields are marked *