ମାଲକାନଗିରି(୦୧/୧୨,ପିପିଏଲ୍ ନ୍ୟୁଜ୍) : ଆଜି ‘ବିଶ୍ୱ ଏଡସ ଦିବସ’ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସଭାଗୃହରେ, ଗୋଟିଏ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଫୁଲ୍ଲ କୁମାର ନନ୍ଦ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଶଙ୍କଳ୍ପ କେଶରୀ ଭୋଳ ଏଡସ ରୋଗର ଭୟାବହତା, ଏହାର ସଂକ୍ରମଣର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନ ତଥ୍ୟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ, ପନ୍ଦରଜଣ ଏଡ଼ସ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ବାରଜଣ ଚିକିତ୍ସିତ ହେଉଛନ୍ତି। ଏଡ଼ସ ରୋଗୀମାନଙ୍କୁ ଚିହ୍ନଟ ପାଇଁ ‘ପରିବର୍ତ୍ତନ’ ନାମକ ସ୍ବେଛାସେବୀ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଥିବା ସୂଚନା ମିଳିଛି। ଏହା ପରେ ଏଡ଼ସ ସଚେତନତା ପାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରା ଗୋଟିଏ ଏଡ଼ସ ସଚେତନତା ରଥର ସୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡଃ ସନ୍ଧ୍ୟା ରାଣୀ ପଟ୍ଟନାୟକ, ଡଃ ଧନଞ୍ଜୟ ମହନ୍ତ, ସ୍ଵାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକ ମାନେ ସମସ୍ତ କୋବିଡ -୧୯ ନିୟମ ଅନୁଯାୟୀ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ – ମାନିକ ବାଛାଡ
