ବିଶ୍ୱାସଘାତକ ଚୀନ| ଗୋଟିଏ ପଟେ ଶାନ୍ତିନାମା ଚୁକ୍ତି କରି ଅନ୍ୟପଟେ ଚଳାଇଛି ଯୁଧ୍ୟ ପ୍ରସ୍ତୁତି |

ଭୁବନେଶ୍ୱର (୨୫/୦୬, ପିପିଏଲ ନ୍ୟୁଜ) : ଚୀନ ପୁଣି ଥରେ ନିଜର ଅସଲ ଚେହେରା କୁ ସାମ୍ନା କୁ ଆଣୁଚି | ବିଶ୍ୱାସଘାତକତା ର ଗୋଟିଏ ବି ସୁଯୋଗ କୁ ହାତ ଛଡା ନକରି ଏଲ୍‌ଏସି ଠାରେ ବହୁ ସଂଖ୍ୟା ରେ ସେନା ଛାଉଣୀ କରୁଛି ଚୀନ | ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ହୋଇ ଥିବା ସୀମା ବିବାଦ କୁ ଶାନ୍ତି ର ସହ ହ୍ରାସ କରିବା ପାଇଁ ଚୀନ ଗୋଟିଏ ପଟେ ଭାରତ ସହ ଅଳଲୋଚନା କରୁଥିବା ବେଳେ ଅନ୍ୟପଟେ ସୀମାନ୍ତ ରେ ଠୁଳ କରୁଛି ଅସ୍ତ୍ରଶସ୍ତ୍ର | ସାଟେଲାଇଟ ଚିତ୍ର ଅନୁସାରେ ଗଲୱାନ ଘାଟି ର ପେଟ୍ରୋଲ ପଏଣ୍ଟ ୧୪ ନିକଟ ରେ ଚୀନ ସେନା କ୍ୟାମ୍ପ କରି ରହିବା ସହ ରାସ୍ତା ମଧ୍ୟ ତିଆରି କରି ସାରିଛି | ସେହିପରି ସୀମା ଆରପାଖ ରେ ଚୀନ ବହୁଳ ପରିମାଣ ର ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରିଛି | ଏହା ସହ ନିର୍ମାଣ କାର୍ଯ୍ୟ ରେ ବ୍ୟବହାର ହେଉଥିବା ଭାରୀଯାନ ମଧ୍ୟ ଦେଖିବାକୁ ମିଳିଛି| ଏହି ଚିତ୍ର ଗତ ୨୨ ତାରିଖ ରେ ସାଟେଲାଇଟ ଦ୍ୱାରା ଉତ୍ତୋଳନ କରାଯାଇଛି| ଏପଟେ ଚୀନ କୁ ଚ୍ୟାଲେଞ୍ଜ ଦେବା ପାଇଁ ସୀମା ରେ ଫାଇଟର ଜେଟ ଉଡ଼ିଛି ଭାରତ| ଭାରତ-ଚୀନ ସଂଘର୍ଷ ପରେ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ|

ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *