ବିଶ୍ୱ ମାନବାଧିକର ସଙ୍ଗଠନ ତରଫରୁ କରୋନା ରୁ ରକ୍ଷା ପାଇଁ ଦୀପଦାନ।

ଭୁବନେଶ୍ୱର ( ୩୦/୦୬, ପିପିଏଲ୍ ନ୍ୟୁଜ୍) : କରୋନା ରେ ଭାରତ ବର୍ଷରେ ଆଜି ୫ ଲକ୍ଷ ରୁ ଅଧିକ ଲୋକ ଆକ୍ରାନ୍ତ l ଓଡିଶାରେ ଏହି ସଂଖ୍ୟା ପ୍ରାୟ ୧୦ ହଜାର ଛୁଇଁଲାଣି l ଯଦିଓ କରୋନା ପାଇଁ ସଂପ୍ରତି ଟୀକା ବାହାରିନି l ଶ୍ରୀ ଜଗନ୍ନାଥ ଙ୍କ ଅପାର କରୁଣା ବିଶ୍ୱକୁ ଏ ମହାମାରୀରୁ ଉଦ୍ଧାର କରିବ ବୋଲି ଆମେ ହୃଦବୋଧ କରୁଛୁ l ଆଜି ସନ୍ଧ୍ୟାରେ ଏହି ଉପଲକ୍ଷେ ଦୀପ ଦାନ ପ୍ରାଥନା ଲିଙ୍ଗରାଜ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସଙ୍ଗଠନର ରାଷ୍ଟ୍ରୀୟ ସଭପତି ଡ଼ଃ ଅଭିନ୍ନ ହୋତା, ଉପସଭାପତି ସୁଧାଂଶୁ ମହାନ୍ତି, ସଂପାଦକ ଅଜିତ ଜେନା, ସଂଯୋଜିକା ସୁମନ ମହାପାତ୍ର, ସୁପ୍ରଭା ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ସଙ୍ଘମିତ୍ରା ମହାନ୍ତି, ଭୁବନେଶ୍ୱର ସଭାପତି ଗୋପାଳ ମକଦମ୍, ଜଗସିଂହପୁର ସଭାପତି ଦେବୀଦତ୍ତ ସାମନ୍ତରାୟ, ସମୀର ତ୍ରିପାଠୀ, ସୋନାଲି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l
କରୋନା ସହୟତା ପାଇଁ କୋଭିଡି – ୧୯ ଯୋଦ୍ଧା ପୋଲିସ, ସାମ୍ବାଦିକ,କର୍ପୋରେଟର ଓ ସ୍ଵତ୍ସସେବୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l କରୋନା ଯୋଦ୍ଧା ସନମାନ ରେ ଲିଙ୍ଗରାଜ ଥାନା ଈନ୍ସପେକ୍ଟର ଶରତ ଚନ୍ଦ୍ର ପାତ୍ର. ଉପଦେଷ୍ଟା କୈଳାଶ ମିଶ୍ର, ପୂର୍ବତନ କର୍ପୋରେଟର ଓ ସମାଜସେବୀ ମାନଙ୍କୁ ଡ଼ଃ ଅଭିନ୍ନ ହୋତା ଓ ସୁରେଶ କୁମାର ରାଉତରାୟ ସମ୍ବର୍ଦ୍ଧିତ କରିଥିଲେ l

Leave a Reply

Your email address will not be published. Required fields are marked *