ବୃକ୍ଷ ରୋପଣ କରି ରାସ୍ତା କୁ ସବୁଜ ବନାନୀ କରୁଛି ସେବା ଟ୍ରଷ୍ଟ

କଟକ(୦୯/୧୧,ପିପିଏଲ୍ ନ୍ୟୁଜ୍) : କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ଦେବୀ କଦଂଳ ଦିପାଞ୍ଚଳ ସ୍ବେଚ୍ଛାସେବୀ ସଂଗଠନ ସେବା ଟ୍ରଷ୍ଟ ତରଫରୁ କସରଦା ମା ଜାଗୁଳାଇ ମନ୍ଦିର ରୁ ଶ୍ରୀ ଗାଦିବ୍ରହ୍ମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାପାର୍ଶ୍ଵ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବୀ କନ୍ଦଳ ନିତ୍ୟାନନ୍ଦ କଲେଜ ର ଉଭ୍ଭିଦ ବିଜ୍ଞାନର ଅଧ୍ୟାପକ ଡକ୍ଟର ନିରଂଜନ ମହାପାତ୍ର ଚାରାରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ସେବା ର ମାର୍ଗଦଶକ ତଥା ସମାଜସେବୀ ରଜନୀକାନ୍ତ ମହାପାତ୍ର , ଯୋଗଦେଇ ଚାରାରୋପଣ କରି ପରିବେଶ ର ସୁରକ୍ଷା ପାଇଁ ଜନ ସଚେତନତା ସୃଷ୍ଟି କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରକୃତି ପ୍ରେମୀ ତଥା ସମାଜ ସେବୀ ଅନଙ୍ଗ ମହାପାତ୍ର ଯୋଗଦେଇଥିଲେ। ସୂଚନା ଅନୁଯାୟୀ ପ୍ରଥମେ ସଂଗଠନ ର ମୁଖ୍ୟ ଉପଦେଷ୍ଟା ବିଜୟ ଖଟେଇ ଙ୍କ ନେତୃତ୍ବରେ ସେବା ର ସ୍ବେଚ୍ଛାସେବୀମାନେ ପରିତ୍ୟକ୍ତ ଅବସ୍ଥାରେ ଥିବା ସେହି ମୁଖ୍ୟ ସଡକ କୁ ସଫେଇ କରିଥିଲେ। ବିଭିନ୍ନ କିସମର ଗଛ ଲଗାଇ ସେଗୁଡ଼ିକୁ ଘେରାବନ୍ଦି କରିଥିଲେ। ଏହି କାର୍ଯ୍ୟକ୍ରମରେ ପବିତ୍ର ବେହେରା, ଆଶିଷ ବେହେରା, ଉଦିତ ନାରାୟଣ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ମାହାଳି, ଅବିନାଶ ଜେନା, ସୌରଭ ମହାପାତ୍ର,ଦିବ୍ୟଜୋତି ମହାନ୍ତି, ସୌମୟ ପାଢୀ, ରୁଦ୍ର ପାଢୀ, ସୋମେସ ଜେନା, ସୌଭାଗ୍ଯ ସେଠୀ , ସ୍ଵପ୍ନେଶ୍ଵର ମହାପାତ୍ର, ଶକ୍ତି ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶ୍ରୀ ଗାଦିବ୍ରହ୍ମ ୟୁଥ କ୍ଲବ ର ସଦସ୍ୟମାନେ ସହଯୋଗ କରିଥିଲେ।ସଂଗଠନ ର ଏତାଦୃଶ କାର୍ଯ୍ୟ ପାଇଁ ପ୍ରାୟ ଏକ ବର୍ଷ ମଧ୍ୟରେ “ସେବା” ଦିପାଞ୍ଚଳ ରେ ବେଶ ଆଦୃତ ହୋଇପାରିଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *