ବ୍ଲକ୍ କଂଗ୍ରେସ ଯୁବ ସଭାପତି ଙ୍କ ପରଲୋକ


ବୈପାରିଗୁଡା (୨୯/୭ , ପିପିଏଲ୍ ନ୍ୟୁଜ୍ ) : ବୈପାରିଗୁଡା ଯୁବ ସମାଜ ସେବୀ ତଥା ସ୍ଥାନୀୟ ବ୍ଲକ୍ କଂଗ୍ରେସ ଯୁବ ସଭାପତି ଲକ୍ଷ୍ମଣ ନାୟକ (୩୫) ଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ଲକ୍ଷ୍ମଣଙ୍କ ଘର ହେଉଛି ମାଠପୋଡ଼ା ପଞ୍ଚାୟତ ଟିପାଗୁଡ଼ା ଗାଁରେ । ପ୍ରହଲ୍ଲାଦ ନାୟକଙ୍କ ସେ ଏକ ମାତ୍ର ପୁଅ । ମଙ୍ଗଳବାର ରାତିରେ ସେ ହଠାତ୍ ତଳେ ପଡ଼ିଯାଇଥିଲି । ତାଙ୍କୁ ଅଚେତ୍ ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଜି ତାଙ୍କ ମରଶରୀରକୁ ତାଙ୍କ ଗାଁ ଶ୍ମାଶାନରେ ସତ୍କାର କରାଯାଇଥିଲା । ସମାଜ ସେବୀ ଲକ୍ଷ୍ମଣଙ୍କ ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଅଞ୍ଚଳରେ ସେ ପ୍ରଥମ ଶ୍ରେଣୀ ଠିକାଦାର ଥିଲେ । ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ସେ ଆଗୁଆ ରହୁଥିଲେ ।

ରିପୋର୍ଟ – ଏନ୍ ହରିପ୍ରସାଦ

Leave a Reply

Your email address will not be published. Required fields are marked *