ବଢ଼ିବାରେ ଲାଗିଛି ଦେଶରେ ସଂକ୍ରମଣ

ଭୁବନେଶ୍ୱର(୨୬/୦୪,ପିପିଏଲ୍ ନ୍ୟୁଜ୍ ) : ବଢ଼ିବାରେ ଲାଗିଛି ଦେଶରେ ସଂକ୍ରମଣ। ଗତ ୨୪ଘଂଟାରେ ଦେଶରୁ ପୁଣି ଚିହ୍ନଟ ହୋଇଛନ୍ତିି ୩ଲକ୍ଷ ୫୨ ହଜାର ୯୯୧ ନୂଆ ସଂକ୍ରମିତ । ସେହିପରି ଦେଶରେ ଗତ ୨୪ଘଂଟାରେ ୨ ହଜାର ୮୧୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ଲକ୍ଷ ୧୯ ହଜାର ୨୭୨ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭୩ଲକ୍ଷ ୧୩ ହଜାର ୧୬୩ରେ ପହଁଚିଛି । ସେହିପରି କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୯୫ ହଜାର ୧୨୩ ହୋଇଛି । ଦେଶରେ ଏବେ ୨୮ଲକ୍ଷ ୧୩ ହଜାର ୬୫୮ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *