ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର(୧୬ /୦୩, ପିପିଏଲ୍ ନ୍ୟୁଜ୍) : ବଢ଼ିବ ଦିନର ତାପମାତ୍ରା । ଏଥିସହ ଖରାର ପ୍ରକୋପ ବୃଦ୍ଧି ପାଇବ । ଆସନ୍ତା 2ରୁ 3 ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 3ରୁ 4 ଡିଗ୍ରି ବଢ଼ିବାକୁ ଥିବା ବେଳେ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ 2ରୁ 3 ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ପରବର୍ତ୍ତୀ 4ରୁ 5 ଦିନ ପର୍ଯ୍ୟନ୍ତ ପାଗରେ ସେଭଳି ପରିବର୍ତ୍ତନ ଆସିବ ନାହିଁ । ତେବେ 24 ତାରିଖଠାରୁ ଦିନର ତାପମାତ୍ରା ବଢ଼ିବା ସହ କେତେକ ସ୍ଥାନରେ 40 ଡିଗ୍ରି ଟପିବାର ସମ୍ଭାବନା ରହିଛି ।ସେହିପରି ଆଜି ଓ ବୁଧବାର ସକାଳ ସମୟରେ ଅଧିକାଂଶ ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବ । 16 ତାରିଖରେ ଅନୁଗୁଳ, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରେ କୁହୁଡି ହେବ । ସେହିପରି 17 ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ କୁହୁଡ଼ି ହେବ ।ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା 24 ଡିଗ୍ରି ରହିବ । 20 ତାରିଖ ବେଳକୁ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଗତ 24 ଘଣ୍ଟାରେ ମାଲକାନଗିରି ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରି ରେକର୍ଡ ହୋଇଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *