ଭିଡିଓ କନଫରେନ୍ସିଂ ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା!

ଭୁବନେଶ୍ବର ( ୧୩/୦୮,ପିପିଏଲ୍ ନ୍ୟୁଜ୍ ) : ବିଜୁ ଜନତା ଦଳ ର ତୁଙ୍ଗ ମହିଳା ନେତ୍ରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଭିଡିଓ କନଫରେନ୍ସିଂ (ୱେବିନାର୍) ମାଧ୍ୟମରେ ଆଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ଡାଃ ଅମର୍ ପଟ୍ଟନାୟକ। ବିଶେଷ କରି ଆଜିର ବଦଳୁଥିବା ସମୟରେ ଆଇଟି ବା ପ୍ରଯୁକ୍ତିବିଦ୍ୟା ର ଆବଶ୍ୟକତା ଓ ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ତା ସହିତ କରୋନା ମହାମାରୀ ର ମୁକାବିଲା ଓ ସମସ୍ତ ସରକାରୀ ଯୋଜନା କିପରି ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚିପାରିବ ଏବଂ ପ୍ଲାଜମା ଦାନ ର ଗୁରୁତ୍ଵ ଓ ଆବଶ୍ୟକତା ଉପରେ ବି ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଆଲୋଚନା ରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁମିତ୍ରା ଜେନା, ବିଧାୟିକା ପ୍ରମିଳା ମଲ୍ଲିକ, ସାଂସଦ ରାଜଶ୍ରୀ ମଲ୍ଲିକ, ମୀରା ପରିଡା, ଗୀତା ବସ୍ତିଆ ଓ ବିଜେଡି ଆଇଟି ସେଲ୍ ର ପ୍ରସନ୍ନଜିତ ପତି ଙ୍କ ସମେତ ବିଜୁ ମହିଳା ଜନତା ଦଳର ସମସ୍ତ ଜିଲ୍ଲା ପ୍ରଭାରୀ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ୍ – ଶ୍ଵେତାଲିନ୍ ମହାନ୍ତି

Leave a Reply

Your email address will not be published. Required fields are marked *