ଭୁବନେଶ୍ୱର , କଟକରେ ଏ ବର୍ଷ ହେବନି ଗଣେଶ ପୂଜା

ଭୁବନେଶ୍ୱର ( ୧୩/୦୮ , ପିପିଏଲ୍ ନ୍ୟୁଜ୍ ) : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏ ବର୍ଷ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଟ୍ୱିନ୍‌ ସିଟିର କୌଣସି ପୂଜା ମଣ୍ଡପରେ ଚଳିତ ବର୍ଷ ହୋଇପାରିବନି ଗଣେଶ ପୂଜା ।
ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ କଟକ,ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *