ଭୁବନେଶ୍ୱର (୨୨/୦୮, ପିପିଏଲ ନ୍ୟୁଜ୍): ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରେ ୨୮୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ୨୯୫ ଜଣ ଆକ୍ରାନ୍ତ ଭୁବନେଶ୍ୱର ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ରୁ ଚିହ୍ନଟ ହୋଇଥିବା ୨୯୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେଣ୍ଟାଇନ ସେଣ୍ଟର୍ ରୁ ଚିହ୍ନଟ ହୋଇଥିବା ବେଳେ ୧୪୨ ଟି ଲୋକାଲ କେଶ ବୋଲି ସୂଚନା ଦିଆଯାଇଛି। ଏହି ୨୯୫ ଜଣ କରୋନା ଆକ୍ରାନ୍ତ ଙ୍କୁ ମିଶାଇ ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୧୫ କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରୁ ୨୭୫୪ ଜଣ ଚିକିତ୍ସାଧୀନ ଥିବା ବେଳେ ୪୨୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ରିପୋର୍ଟ – ତପନ କୁମାର ସୂତାର