ଭୁବନେଶ୍ୱର ରୁ ଆଉ ୩୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: (୧୮/୦୮, ପିପିଏଲ ନ୍ୟୁଜ୍) ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରେ ୨୫୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ୩୭୦ ଜଣ ଆକ୍ରାନ୍ତ ଭୁବନେଶ୍ୱର ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ରୁ ଚିହ୍ନଟ ହୋଇଥିବା ୩୭୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟର୍ ରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଟି ଲୋକାଲ କେଶ ବୋଲି ସୂଚନା ଦିଆଯାଇଛି। ଏହି ୩୭୦ ଜଣ କରୋନା ଆକ୍ରାନ୍ତ ଙ୍କୁ ମିଶାଇ ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରୁ ୨୨୦୧ ଜଣ ଚିକିତ୍ସାଧୀନ ଥିବା ବେଳେ ୩୮୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *