ଭୁବନେଶ୍ୱର ରୁ ପୁଣି ୨୪ କୋରନା ଆକ୍ରାନ୍ତ ଚିହ୍ନଟ ।

ଭୁବନେଶ୍ୱର(୦୩/୦୭, ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ ମହାମାରୀ କୋରନା ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା। ଧିରେ ଧିରେ ଗୋଟେ ଗୋଟେ ଜିଲ୍ଲାକୁ ପ୍ରବେଶ କରିବାରେ ଲାଗିଛି କୋରନା। ଆଜି ରାଜ୍ୟରେ ୫୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ୨୪ଜଣ ଆକ୍ରାନ୍ତ ଭୁବନେଶ୍ୱର ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ରୁ ଚିହ୍ନଟ ହୋଇଥିବା ୨୪ ଜଣ କୋରନା ଆକ୍ରାନ୍ତଙ୍କ ମଧ୍ୟରୁ୨୦ ଜଣ ହୋମ କ୍ୱାରେଣ୍ଟାଇନ ସେଣ୍ଟର୍ ରୁ ଚିହ୍ନଟ ହୋଇଥିବା ବେଳେ ୪ ଟି ଲୋକାଲ କେସ୍ ବୋଲି ସୂଚନା ଦିଆଯାଇଛି। ଲୋକାଲ୍ କଣ୍ଟାକ୍ଟ ରେ ଗୋଟିଏ ଘରୋଇ ହସ୍ପିଟାଲ ର ୩ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ଖଣ୍ଡଗିରି ଅଞ୍ଚଳ ର ଜଣେ ମହିଳା ମଧ୍ୟ ଅଛନ୍ତି।ଏଥି ସହିତ ଏୟାର ପୋର୍ଟ କଲୋନୀ ,କୋଳଥିଆ PPL କଲୋନୀ ରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *