ଭେଟେରାନ ଅଭିନେତା ଅଜିତ ଦାଶ ଙ୍କ ପରଲୋକ !

ଭୁବନେଶ୍ୱର ( ୧୩/୦୯, ପିପିଏଲ୍ ନ୍ୟୁଜ୍ ) : ୨୦୨୦ କେତେ ଯେ ଦୁଃଖ ଦେଉଛି , ତା କହିବା କଷ୍ଟକର । ଆରପାରିରେ ଅଜିତ ଦାଶ । ଓଲିଉଡ ଭେଟେରାନ ଅଭିନେତା ଅଜିତ ଦାଶଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା । ସେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଲିଉଡର ହାକିମ ବାବୁ ଭାବେ ପରିଚିତ ଅଜିତ ଆଜି ଆଖି ବୁଜିଛନ୍ତି । ତେବେ ସେ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ ।

ରିପୋର୍ଟ – ସତ୍ୟବ୍ରତ ପଟ୍ଟନାୟକ

Leave a Reply

Your email address will not be published. Required fields are marked *