ଭେଣ୍ଟିଲେଟର୍ ରେ କରୋନା ଯୋଦ୍ଧା

ଫୁଲବାଣୀ ( ୧୭/୧୨,ପିପିଏଲ୍ ନ୍ୟୁଜ୍ ) : ମା’ ର ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ଆଜି ଆଖି ରୁ ଲୁହ ଗଡାଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡା ବଜାର ସାହିର ଅଲିଶା ପଟ୍ଟନାୟକ l ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ତାଙ୍କ କୋହଭରା ନିବେଦନ l ଚକାପାଦ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚୁକ୍ତିଭିତ୍ତିକ ଷ୍ଟାଫନର୍ସ ଭାବେ କାର୍ଯ୍ୟ କରୁଥିବା ଗାୟତ୍ରୀ ଦାଶ କୋଭିଡ଼ ସଂକ୍ରମିତ ହେବା ପରେ ପ୍ରଥମେ ତାଙ୍କୁ ଫୁଲବାଣୀ କୋଭିଡ଼ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଭୁବନେଶ୍ବର ସ୍ଥିତ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଥିଲା l କିନ୍ତୁ ଗାୟତ୍ରୀ କୋଭିଡ଼ ପଜିଟିଭ୍ ସହିତ ନିମୋନିଆ ରେ ଆକ୍ରାନ୍ତ ହେବା ପରେ, ପରବର୍ତ୍ତୀ ସମୟ ରେ କୋଭିଡ଼ ରୁ ଆରୋଗ୍ୟ ହୋଇଥିଲେ l ପରେ ନିଶ୍ଵାସ ପ୍ରଶ୍ୱାସ ନେବା ରେ ସମସ୍ୟା ହେବାରୁ ତାଙ୍କୁ ଭେଣ୍ଟିଲେଟର୍ ରେ ଆଜି ପର୍ଯ୍ୟନ୍ତ ରଖା ଯାଇଥିଲା l ଏହାକୁ ନେଇ କନ୍ଧମାଳ ସାଂସଦ ଙ୍କୁ ଭେଟି ଅବଗତ କରିଥିଲେ l ତେବେ ଦୀର୍ଘ ଦିନର ଚିକିତ୍ସା ପରେ ବି ଆରୋଗ୍ୟ ହୋଇନଥିବାରୁ ଚିନ୍ତା ରେ ପରିବାରଲୋକେ l

ରିପୋର୍ଟ – ବିକାଶ ମିଶ୍ର

Leave a Reply

Your email address will not be published. Required fields are marked *