ମଣିଷ ଦେହରେ ରୋଗପ୍ରତିରୋଧ ଵୃଦ୍ଧି କରିବାରେ ଶାଗ ର ଭୂମିକା

ସବୁ ପନିପରିବା ଙ୍କ ଭିତରେ ଶାଗ ର ଗୁରୁତ୍ବ-ସବୁ ରୁତୁରେ ମିଳୁଥିବା ପାଳଙ୍ଗ ଶାଗ ଶୀତରୁତୁରେ ନିୟମିତ ଖାଇବାର ଅଭ୍ୟାସ କରନ୍ତୁ । ଶୀତରେ କେଶଝଡା ସମସ୍ୟା ସବୁଠାରୁ ଅଧିକ । ପାଳଙ୍ଗ ଶାଗର ପୋଷକତତ୍ୱ କେଶ ଘନତ୍ୱ କରିବାରେ ସାହାଯ୍ୟ କରେ । ଫାଇବର୍‌,ପ୍ରୋଟିନ୍ ଭରପୂର୍ ଏହି ଶାଗ ଖାଇଲେ ଶରୀରକୁ ଶକ୍ତି ମଧ୍ୟ ମିଳେ ।

-ମେଥି ଶାଗକୁ ଭାଜିକି ଖାଇବା ସହିତ, ଏଥିରେ ପୁରୀ,ପରଟା ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ । ଭିଟାମିନ୍ ସି,ଫାଇବର୍‌,ପ୍ରୋଟିନ୍‌,ଲୌହ,ମ୍ୟାଗ୍ନେସିୟମ୍‌,କପର୍‌,ଫଲିକ୍ ଏସିଡ୍ ଇତ୍ୟାଦି ତତ୍ୱ ମେଥି ଶାଗରେ ଭରପୁର ଥିବାବେଳେ, ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରେ । ପେଟ ସମସ୍ୟା ଥିଲେ ବା ବଦହଜମୀ ହେଉଥିଲେ, ଏହି ଶାଗ ଖାଇବା ଦ୍ୱାରା ଏଥିରୁ ଉପଶମ ମିଳୁଥିବାର ବିଶେଷଜ୍ଞଙ୍କ ମତ ।

-ଶୂନ୍‌ଶୁନିଆ,ବ୍ରାହ୍ମୀ,ଲେଉଟିଆ ଇତ୍ୟାଦି ଯେ, କୌଣସି ପ୍ରକାରର ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ମୁଖତଃ ଶୀତଦିନିଆ ପରିବେଶରେ ଶରୀରକୁ ଏସବୁ ଶାଗ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଉଥିବାର ବିଶେଷଜ୍ଞଙ୍କ ମତସ୍ୱାସ୍ଥ୍ୟ ପାଇଁ ଶାଗ । ଅନ୍ୟରୁତୁ ତୁଳନାରେ ଶୀତଦିନେ ବଜାରର ଦୃଶ୍ୟପଟ ଭିନ୍ନ । ଅନେକ ପ୍ରକାର ପନିପରିବା ଓ ଫଳମୂଳର ଭିଡ, ଏଇ ରୁତୁରେ ଦେଖିବାକୁ ମିଳେ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ୍ ବୟସର ଲୋକ ଶୀତଦିନିଆ ପନିପରିବାର ପୋଷକତତ୍ୱ ବିଷୟରେ ଅବଗତ ହେବା ଜରୁରୀ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ରିପୋର୍ଟ-ରଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *