ମନ୍ଦିର ଚାରିପଟୁ ସୁରକ୍ଷା ସ୍ଥିତିର ଯାଂଚ କଲେ ଏନଏସଜି ଟିମ

ପୁରୀ(୧୮/୦୩, ପିପିଏଲ୍ ନ୍ୟୁଜ୍) : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏନଏସଜି ପକ୍ଷରୁ ଚାଲିଛି ସୁରକ୍ଷା ଯାଂଚ। ଆଜି ମଧ୍ୟ ଏନଏସଜିର ଟିମ ଡ୍ରୋନ ମାଧ୍ୟମରେ ଦେଖିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ଆଜି ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରିଛନ୍ତି ।ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଂଟ କମାଣ୍ଡାଂଟ କୌଶିକ ନାୟକ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ସମ୍ପର୍କରେ ଏନଏସଜି ଟିମକୁ ଅବଗତ କରାଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି, ଆଗକୁ ପ୍ରାଚୀର ନିର୍ମାଣ ହେଲେ କିଭଳି ବ୍ୟବସ୍ଥା ରହିବ ତା ଉପରେ ଆଲୋଚନା କରାଯାଇଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *