ମହାନଦୀ ରେ ମଧ୍ୟମ ରୁ ବଡ଼ ଧରଣ ର ବନ୍ୟା ଆଶଙ୍କା

ଭୁବନେଶ୍ବର(୨୮/୦୮,ପିପିଏଲ୍ ନ୍ୟୁଜ୍) : ମହାନଦୀରେ ହେବାକୁ ଯାଉଛି ମଧ୍ୟମରୁ ବଡ ଧରଣର ବନ୍ୟା । ମହାନଦୀର ଉପମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଛି। ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ମିମି ବର୍ଷା ରେକର୍ଡ କରଯାଇଛି। କଲମାରୁ ୫ ଲକ୍ଷ , ଇବ ଓ ଭେଡେନରୁ ୨.୫ ଲକ୍ଷ କ୍ୟୁସେକ ଜଳ ଆସୁଛି। ହୀରାକୁଦରେ ବର୍ତ୍ତମାନ ୨୮ଟି ଫାଟକ ଦେଇ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ଏବେ ଜଳସ୍ତର ୬୨୫ ଫୁଟ ରହିଛି। ଆଗକୁ ୩୬ଟି ଗେଟ ଖୋଲାଯିବ। ହୀରାକୁଦ ପରେ ମହାନଦୀର ତେଲ, ସୁକତେଲ ଓ ଜିରା ନଦୀ ଜଳ ମିଶିବ। ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ। ଏ ସବୁ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ହେବ। ୧୦ ଲକ୍ଷରୁ ଅଧିକ ହେଲେ ମଧ୍ୟମରୁ ବଡ ଧରଣର ବନ୍ୟା କୁହାଯାଏ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଏହାସହ ଏହି ବନ୍ୟା ଦ୍ବାରା ପୁରୀ, କଟକ ଓ ଜଗତସିଂହପୁର ଆଦି ଜିଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି। ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ୬୨୫.୨୯ ଫୁଟ ରହିଛି । ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୯୦ ହଜାର ୧୮୮ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୪ଲକ୍ଷ ୧୧ହଜାର ୯୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏହି ସମୟରେ ୨୮ଟି ଗେଟ ଦେଇ   ଆଉ ଜଳ ନିଷ୍କାସିତ ହେଉଥିବା ବେଳେ ପରେ ଆଉ ୪ଟି ଗେଟ୍ ଖୋଲାଯାଇଛି। ​‌ଏବେ ମୋଟ​ ୩୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରରୁ ଆଜି ୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ବୋଲି ମହାନଦୀ ଉଚ୍ଚ ଅବବାହିକାର ମୁଖ୍ୟ ଯନ୍ତ୍ରୀ କହିଛନ୍ତି।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *