ମହାରଥୀ ଗଡ଼ରେ ମହା ଲଢେଇ

ଭୁବନେଶ୍ୱର (୧୭/ ୦୩ ,ପିପିଏଲ୍ ନ୍ୟୁଜ୍ ) : ଏପ୍ରିଲ ୧୭ ରେ ହେବ ମହା ଲଢେଇ |ଦିବଂଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଙ୍କ ଅଭେଦ୍ୟ ଗଡ ପିପିଲି ଉପନିର୍ବାଚନ ପାଁଇ ତାରିଖ ଘୋଷଣା ପରେ ଏବେ ସରଗରମ ରାଜ୍ୟ ରାଜନୀତି | ନିର୍ବାଚନ ମଇଦାନ ରେ ବେଶ ଚତୁରତା ର ସହିତ ଗୋଟି ଚାଳନା କରୁଥିବା ବିଜୁ ଜନତା ଦଳ ପିପିଲି ପାଁଇ ମଧ୍ୟ ବେଶ ତତ୍ପର ହେବା ଦେଖାଯାଉଛି | ଯଦିଓ କୋଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ | ବିଜେଡି କିନ୍ତୁ ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଓ ପରବର୍ତୀ ମୁହୂର୍ତ ରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଦଳ ର ଅନ୍ୟ ତମାମ ନେତାଙ୍କୁ ପିପିଲି ଦାଇତ୍ୱ ଦେଇ ନିଜ ଆଭିମୁଖ୍ୟକୁ ଦର୍ଶାଇଛି | ତେବେ ବିଜେଡି ପକ୍ଷରୁ କିଏ ପାଇବ ଦଳୀୟ ଟିକେଟ ? ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ ନା ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ? କାହା ଉପରେ ଭରସା କରିବ ଦଳ ? ସେପଟେ ମହାରଥୀଙ୍କ ପରିବାର ଓ ଅନୁକମ୍ପା ଭୋଟ କୁ ଟକର ଦେବ କୁ କିଏ ହେବ ପଦ୍ମ ଚେହେରା ? ଗତ ସାଧାରଣ ନିର୍ବାଚନ ରେ ଦ୍ୱିତୀୟ ସ୍ଥାନ ରେ ଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିବ କି ଦଳ ? ଏହା ଉପରେ ସମସ୍ତଙ୍କ ନଜର | ସେପଟେ ଗୋଷ୍ଟି କନ୍ଦଳ ଓ ଦୁର୍ବଳ ସଂଗଠନ ପାଁଇ ପିପିଲି ପଲିଟିକାଲ ବ୍ୟାଟେଲ ରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଠାରୁ ,ଦେଶ ର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ବହୁ ପଛରେ ପଡ଼ିଯିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ,ତେବେ ଅପେକ୍ଷା ମେ ୨ କୁ | ପିପିଲି ବାସୀ କାହା ଉପରେ ସେମାନଙ୍କର ବିଶ୍ଵାସ ଓ ଭରସା ଯୋଗାଇ ଦେବେ ,ତାହା ଦେଖିବା କଥା | ଇତିହାସ କହୁଛି ଯେବେ ଯେବେ ଉପନିର୍ବାଚନ ହୁଏ ଶାସକ ଦଳ ବାଜି ମାତ କରେ | କିନ୍ତୁ ଏଥର କଣ ହେବ ତାହା ଆଗକୁ ଦେଖିବାର କଥା |

ରିପୋର୍ଟ – ଅଭିଜିତ ଦେବତା

Leave a Reply

Your email address will not be published. Required fields are marked *