ମହାରାଷ୍ଟ୍ରକୁ ଅସମ୍ମାନ କରାଯାଉଛି ; ଉଦ୍ଧବ ଠାକରେ

ମୁମ୍ବାଇ(୧୪/୦୯,ପିପିଏଲ ନ୍ୟୁଜ) :ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଜନସାଧାରଣ ଲକଡାଉନ୍ ନିୟମ ପାଳନ କରିଛନ୍ତି । ତେବେ, କରୋନା ସଙ୍କଟ ଏପର୍ଯ୍ୟନ୍ତ ଟଳି ନାହିଁ। ସାଧାରଣ ଜୀବନକୁ ପୁଣିଥରେ ଫେରାଇ ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଲୋକମାନେ ସଂଯମ ପ୍ରଦର୍ଶନ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାର ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୀରବତା ଭଙ୍ଗ କରି ନାହାଁନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଚୁପ୍ ଅଛନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାଙ୍କ ପାଖରେ ଉତ୍ତର ନାହିଁ। ତେବେ ବର୍ତ୍ତମାନ ମହାରାଷ୍ଟ୍ରକୁ ଅସମ୍ମାନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *