ମହାରାଷ୍ଟ୍ର ରତ୍ନଗିରି କ୍ୟାମିକାଲ ଫ୍ୟାକ୍ଟିରେ ବିସ୍ଫୋରଣ

ମହାରାଷ୍ଟ୍ର (୨୦ / ୦୩ ,ପିପିଏଲ୍ ନ୍ୟୁଜ୍ ) : ମହାରାଷ୍ଟ୍ରର ରତ୍ନଗିରି ସ୍ଥିତି ଏକ କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିିଳିଛି । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଲେଖାହେବା ଯାଏ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ।ଏହି ବିସ୍ଫୋରଣ ସକାଳ ୮.୩୦ ମିନିଟରେ ହୋଇଛି । ଆହୁରି ଅନେକ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିସମ ବିଭାଗ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବ୍ରଏଲରର କିଛି ଯାନ୍ତ୍ରିକ ତୃଟି କାରଣରୁ ଏଭଳି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଥିଲେ ବି ପ୍ରକୃତ ତଥ୍ୟ ମିଳିପାରି ନାହିଁ ।

ରିପୋର୍ଟ -ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *