ମହିଳା ଥାନା ରେ ମହିଳା କରୋନା ଯୋଦ୍ଧା ଙ୍କୁ ସମ୍ମାନିତ କଲା ବିଚାର ଭାରତୀ ଟ୍ରଷ୍ଟ

ଭୁବନେଶ୍ବର ( ୦୨/୧୦,ପିପିଏଲ୍ ନ୍ୟୁଜ୍) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କରୋନା ମହାମାରୀ ସମୟରେ ଉଭୟ ଘର ଓ ବାହାରେ କରୋନା କୁ ମୁକାବିଲା କରୁଥିବା ମହିଳା କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରଯାଇଛି। ଆଜି ଭୁବନେଶ୍ୱର ୟୁନିଟ୍ ୧ ସ୍ଥିତ ମହିଳା ଥାନା ପରିସର ରେ ମହିଳା କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଥିଲା ବିଚାର ଭାରତୀ ଟ୍ରଷ୍ଟ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ( OTDC) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଯୋଗଦେଇଥିଲେ । ଏହି ଅବସର ରେ ଡାକ୍ତର, ମିଡିଆ କର୍ମଚାରୀ, ସଫେଇ କର୍ମଚାରୀ,ପୋଲିସ ଆଦି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷ ରେ ବିଚାର ଭାରତୀ ଟ୍ରଷ୍ଟ ର ସମ୍ପାଦିକା ପ୍ରୀତିଛନ୍ଦା ଧଳ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *