ମାଓ କ୍ୟାମ୍ପ ଠାବ କଲେ ସିଆରପିଏଫ ଯବାନ !

ନୂଆପଡା ( ୨୨/୧୧,ପିପିଏଲ୍ ନ୍ୟୁଜ୍ ) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ପାଟଧରା ର ଭଇଁସିମୁଣ୍ଡି ଜଙ୍ଗଲ ରୁ ଭଇଁସାଦାନୀ ଏଫ ୨୧୬ ସିଆରପିଏଫ ଯବାନ ମାଓ କ୍ୟାମ୍ପ କୁ ଠାବ କରି ବହୁ ସଂଖ୍ୟାରେ ବନ୍ଧୁକ ପିସ୍ତଲ ଓ ମାଓ ସାମଗ୍ରୀକୁ ଜବତ କରିବା ରେ ସଫଳ ହୋଇଛନ୍ତି l ଛତିଶଗଡ଼ ପୁଲିସର ଗୁପ୍ତ ସୂଚନା ଆଧାରରେ ଭୈଁସାଦlନୀ ସିଆରପିଏଫ୍ ଯବାନମାନେ ମାଓ ଶିବିର ଉପରେ ଚଢଉ କରିକରିଥିବା ବେଲେ ବିପୁଳ ପରିମାଣର ଗୁଳି ଜବତ କରିଥିବା ଦେଖିବାକୁ ମିଳିଛି l କମାଣ୍ଡାଣ୍ଟ ଉଷା ସିଂହଙ୍କ ତତ୍ୱାବଧାନ ରେ ଏବଂ ଅମୃତ ସିଂହଙ୍କ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ନେତୃତ୍ୱରେ ଭୈଁସାମୁଣ୍ଡି ଗ୍ରାମର ଜଙ୍ଗଲ ଉପରେ ଚଢଉ କରାଯାଇଥିଲା lସେଠାରେ ସିଆରପିଏଫ୍ ଯବାନମାନଙ୍କୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।

ରିପୋର୍ଟ – ଶାମ୍ବ କୁମାର ସରାଫ

Leave a Reply

Your email address will not be published. Required fields are marked *