ମାଲକାନଗିରି (୧୯/୧୨,ପିପିଏଲ୍ ନ୍ୟୁଜ୍ ) : ଆଜି ପୂର୍ବାହନ ରେ ଏକ ପିକପ ଭ୍ୟାନ ଗାଡି ଓଲଟି 4 ଜଣ ଗୁରୁତର। ଗୁରୁତରଙ୍କ ମଧ୍ୟରେ ଗର୍ଭବତୀ ବଣ୍ଡା ମହିଳା ଙ୍କ ଗୋଡ଼ କଟି ଅବସ୍ଥା ସଙ୍କଟାପନ୍ନ। ଗୁରୁତର ସମସ୍ତଙ୍କୁ ଖଇରପୁଟ ମେଡିକାଲ ରେ ଚିକିତ୍ସା କରାଯାଉଛି । ଗର୍ଭବତୀ ମହିଳା ଙ୍କ ସ୍ୱାସ୍ଥ୍ୟ ବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଖଇରପୁଟ ମେଡିକାଲର ଡାକ୍ତର କହିଛନ୍ତି। ଖଇରପୁଟ ବଣ୍ଡା ଘାଟିରେ ମହିନ୍ଦ୍ରା ପିକ ପ୍ ଓଲଟି 4 ଜଣ ଗୁରୁତର ।ମାଲକାନଗିରି ଜିଲ୍ଲା ମୁଡୁଲିପଦା ଥାନା ଅନ୍ତର୍ଗତ ବଣ୍ଡା ଘାଟି ରାସ୍ତାରେ ଆସି ଏକ ପିକୋପ ଗାଡ଼ି ଖଇରପୁଟ ରୁ ମୁଦୁଲିପଡା ଅଞ୍ଚଳକୁ ଯାଉଥିବା ବେଳେ ଗାଡ଼ିଟି ଭାର ସମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ପାହାଡ଼ରେ ଧକାହୋଇ ଓଲଟି ପଡିଥିଲା । ଫଳରେ ଗାଡିରେଥିବା ଯାତ୍ରୀଙ୍କ ମଧ୍ୟରୁ 4 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଆହତ ବ୍ୟକ୍ତି ମାନେ ଗୁଲୁଙ୍ଗ ପଦର ଗ୍ରାମର ଜଣେ ଗର୍ଭବତୀ ଗୁରୁବାରି ମୁଦୁଲି ବାଣ୍ଡିଗୁଡ଼ା ଗ୍ରାମର ହରି କିର୍ସାଣୀ ବନ୍ଧଗୁଡା ଗ୍ରାମର ସୁକାନ୍ତି କିର୍ଶାନି ଓ କଡେଲଗୁଡ଼ା ଗ୍ରାମ ର ସମ୍ବରି ଚାଲାଣ ବୋଲି ସୁଚନା ମିଳିଛି ।ସୂଚନା ପାଇ ଘଟଣାସ୍ଥଳରେ ଖଇରପୁଟ ଥାନା ଅଧିକାରୀ ଶ୍ରୀ କମଳାକାନ୍ତ କହଁରଙ୍କ ନିର୍ଦ୍ଧେଶ କ୍ରମେ ଏକ ପୋଲିସ ଦଳ ଏହି ଧାରଣାସ୍ଥଳରେ ପହଞ୍ଚି ସ୍ତ।ନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଖାଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଡାକ୍ତର ସୁରେଶ ବାରିକ୍ ଓ ଡାକ୍ତର ଦେବବ୍ରତ ବାରିକ୍ ସେମାନଙ୍କର ଚିକିତ୍ସ କରିଥଲେ ।ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନ ଅନ୍ତାର କରାଯାଇଛି । ଗୁରୁତର ଅହତ୍ ହରି କିରାସିନି ଙ୍କୁ ମାଲକାନଗିରି ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ସ୍ତାନତର କରା ଯାଇଥିବା ଡାକ୍ତର ଶ୍ରୀ ବାରିକ କହିଛନ୍ତି । ଅନ୍ୟ ଦୁଇଜଣଙ୍କୁ ଖାଇରପୁଟ ମେଡିକାଲ୍ ରେ ଚିକିସ୍ଛା କରି ନିଜ ଘରକୁ ପଠାଇଦେଇଥିବା କହିଛନ୍ତି ଡାକ୍ତର। ଦୁର୍ଘଟଣାର ତଦନ୍ତ ମୁଦୁଲିପଡା ଥାନା ପକ୍ଷରୁ ଚାଲିଥିବା ଥାନା ଅଧିକାରୀ ଶ୍ରୀ କହଁର କହିଛନ୍ତି ।
ରିପୋର୍ଟ -ମାନିକ ବାଛାଡ