ମାହାଙ୍ଗା ରେ ଉଦଘାଟନ ହେଲା ପର୍ଯ୍ୟଟକ ସୁବିଧା କେନ୍ଦ୍ର

ମାହାଙ୍ଗା ( ୦୬/୦୨,ପିପିଏଲ୍ ନ୍ୟୁଜ୍ ) : ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ର ଉମର ଠାରେ ଏକ ପର୍ଯ୍ୟଟକ ସୁବିଧା କେନ୍ଦ୍ର ର ଶୁଭ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ପଞ୍ଚାୟତିରାଜ, ନଗର ଉନ୍ନୟନ ତଥା ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ଅନିଲ କୁମାର ସାମଲ, କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚୟନି ଓ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ ।ରାଜ୍ୟର ବିିଭିନ୍ନ ସ୍ଥାନ ତଥା ପର୍ଯ୍ୟଟନସ୍ଥଳୀ ଗୁଡିକ ରେ ପର୍ଯ୍ୟଟକ ମାନଙ୍କର ସବୁପ୍ରକାର ର ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର କରିଆସୁଛନ୍ତି ଆଉ ପର୍ଯ୍ୟଟକ ସୁବିଧା କେନ୍ଦ୍ର ମଧ୍ୟ ଏହାର ଏକ ବଳିଷ୍ଠ ଉଦାହରଣ ବୋଲି କୁହାଯାଇପାରିବ ।

Leave a Reply

Your email address will not be published. Required fields are marked *