ମା ହେବାକୁ ଯାଉଥିବା ଅନୁଷ୍କା ଏବେ ପୁଣି ସୁଟିଂ ସେଟ ରେ

ନୂଆଦିଲ୍ଲୀ(୨୩/୧୧,ପିପିଏଲ୍ ନ୍ୟୁଜ୍) : ଇଣ୍ଡିଆ ଟିମ ର ଅଧିନାୟକ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ପ୍ରଥମ ସନ୍ତାନର ମା ହେବାକୁ ଯାଉଛନ୍ତି । ଖାସ୍ ଏହି କାରଣରୁ ସେ ଏବେ ଅଧିକାଂଶ ସମୟ ତାଙ୍କ ପରିବାର ସହିତ ବିତାଉଛନ୍ତି । ଆଇପିଏଲ୍ ସରିବା ପରେ ଦୁବାଇରୁ ସେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହିତ, ମୁମ୍ବାଇ ଫେରିଛନ୍ତି ଓ ସେଠାରୁ ଆସିବା ପରେ ଅନୁଷ୍କା ପୁଣି ଥରେ, ତାଙ୍କର ସୁଟିଂ ଆରମ୍ଭ କରିଛନ୍ତି । ସେଟରୁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି । ଏଥିରେ ସେ ଏକ ବିଟଲ୍ ଗ୍ରୀନ୍ କଲର ଗାଉନ୍ ପିନ୍ଧି ମୁହଁରେ ମାସ୍କ ଲଗାଇଥିବା ନଜର ଆସୁଛନ୍ତି । ଅନୁଷ୍କା ଶର୍ମା ତାଙ୍କର ଇନ୍‌ଷ୍ଟା ଷ୍ଟୋରୀରେ ଏକ ସେଲଫି ସେୟାର କରିଛନ୍ତି, ଯେଉଁଥିରେ ସେ ସୁଟ ପାଇଁ ତେୟାର ହେଉଥିବା ଦେଖାଯାଉଛନ୍ତି । ଏହା ସହିତ ସେ କ୍ୟାପସନ୍‌ରେ ହାଏ ବୋଲି ଲେଖିଛନ୍ତି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *