ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ପୁଅ ଶ୍ରୀଧର ମହାପାତ୍ର

କୋରାପୁଟ ( ୧୯ /୦୭ , ପିପିଏଲ୍ ନ୍ୟୁଜ୍): ଜିରୋନ ପ୍ରଡକ୍ସନ ହାଉସ ପ୍ରସ୍ତୁତ MR & MISS INDIA 2020 SEASON – 2 ପ୍ରତିଯୋଗିତାରେ ଓଡିଶା ତଥା କୋରାପୁଟ ଜିଲ୍ଲାର ପୁଅ ଶ୍ରୀଧର ମହାପାତ୍ର ସେମି ଫାଇନାଲକୁ ପହଞ୍ଚିଛନ୍ତି।ଏହା ଏବେ କୋରାପୁଟ ଜିଲ୍ଲାର ସମସ୍ତ ବାସିନ୍ଦାଙ୍କୁ ଆଣିଦେଇଛି ଏକ ଖୁସି ଖବର।କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ପୋଡାପଦର ଗ୍ରାମରେ ରହୁଥିବା ଲୋକନାଥ ମହାପାତ୍ରଙ୍କ ପୁଅ ଶ୍ରୀଧର ମହାପାତ୍ର ଜିରୋନ ପ୍ରଡକ୍ସନ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିଲେ।ସେଥିରେ ସେ ପ୍ରଥମ ରାଉଣ୍ଡ ପରେ ଦ୍ୱିତୀୟ ରାଉଣ୍ଡ ତୃତୀୟ ରାଉଣ୍ଡକୁ ଉନ୍ନତି କରିବା ପରେ ଏବେ ସେ ସେମିଫାଇନାଲ ରେ ପହଂଚି ପାରିଛନ୍ତି। ସମଗ୍ର ଭାରତରେ ୧୪୭ ଜଣ ସେମିଫାଇନାଲକୁ ଯାଇଥିବାବେଳେ ଶ୍ରୀଧର ମଧ୍ୟ କୋରାପୁଟରୁ ଏହି କୃତିତ୍ୱ ପାଇଥିବାରୁ ସାଧାରଣ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।ବିଶେଷ କରି ମୋଡେଲିଙ୍ଗ କ୍ଷେତ୍ରରେ କୋରାପୁଟ ଜିଲ୍ଲାରୁ ଏପରି ଜଣେ ପୁଅ ଯାଇ ସଫଳତା ହେବା ସବୁଠାରୁ ବଡ କଥା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏହି କୃତିତ୍ୱ ପାଇଥିବା ଶ୍ରୀଧର କହିଛନ୍ତି ଯେ ସେ ପିଲା ଦିନରୁ ସ୍ବପ୍ନ ଦେଖିଛନ୍ତି ଅଭିନେତା ହେବ ଓ ମଡେଲ ଜଗତରେ ପାଦ ଥାପିବେ।ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ବାପା ଓ ମା ବି ବେଶ ଖୁସି ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *