ମୁଁ ପଢିବାକୁ ଚାହେଁ…

ନୂଆପଡା ( ୦୯/୧୧ , ପିପିଏଲ୍ ନ୍ୟୁଜ୍ ) : ଯୁକ୍ତ ପରୀକ୍ଷା ରେ କଲେଜ ରେ ଟପ୍ପର ହୋଇଛନ୍ତି l ଆଗକୁ ପାଠ ପଢିବାକୁ ଚାହୁଁଛନ୍ତି l ଚାକିରୀ ଖଣ୍ଡିଏ କରି ପରିବାର ପୋଷିବାକୁ ଚାହୁଁଛନ୍ତି l ଦଶବର୍ଷ ହେବ ବାପା ଆର ପାରିକୁ ଚାଲିଯାଇଛନ୍ତି ଅଧିକ ପାଠ ପଢିବାରେ ବାଧକ ସାଜିଛି ଦରିଦ୍ରତା l ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଝୋଳପଥର ଗ୍ରାମରେ ସବିତା ହେର୍ଣ୍ଣାଙ୍କ ଘର l ବୟସ ୫୫, ଦଶବର୍ଷ ତଳେ ସ୍ୱାମୀ ଚାଲିଗଲେ l ଘରର ଚୁଲି ଜଳିବା ବହୁତ କଷ୍ଟ l କେମିତି ଚଳିବ ଘର ଭାବି ପାରୁନାହାନ୍ତି ସବିତା l ନା ଅଛି ଘରଦ୍ଵାର ନା ଅଛି ଜୀବନ ଜିଇଁବାର ରାହା l ସବିତାଙ୍କ କାମ ସ୍କୁଲରେ ରୋଷଇ କରିବା l ବିଦ୍ୟାଳୟ ରୁ ମିଳେ କେବଳ ୧୪୦୦ ଟଙ୍କା, ସେଥିରେ ଘର ଚଳେ ଏବଂ ପୁଅର ପାଠ ପଢା, ଅର୍ଥ ଅଭାବରୁ ପୁଅ ଶ୍ୟାମ ସୁନ୍ଦର ହେର୍ଣ୍ଣା ବର୍ତ୍ତମାନ ଉଚ୍ଚଶିକ୍ଷା କରି ପାରୁନାହାନ୍ତି l ଯୁକ୍ତ ଦୁଇ ପାସ କରି ସାରିଲା ପାରେ ଘରେ ଭାଗ୍ୟକୁ ଆଦରି ଘରେ ବସିଛନ୍ତି ଶ୍ୟାମ l ଯୁକ୍ତ ଦୁଇ ପରୀକ୍ଷା ରେ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି l ସେ ଜଣେ ମେଧାବୀ ଛାତ୍ର l ବଡ଼ହୋଇ ଚାକିରୀ କରିବାକୁ ସପ୍ନ ଦେଖିଛନ୍ତି l ହେଲେ ଅର୍ଥ ସାଜିଛି ବାଧକ l ଦାରିଦ୍ର୍ୟ କବଳରେ ପେଶିହୋଇ ପୁଅକୁ ଏଡମିସନ କରେଇ ପାରୁନାହାନ୍ତି ନୂଆପଡା ଜିଲ୍ଲା ଝୋଳପଥର ଗ୍ରାମର ମା ସବିତା ହେର୍ଣ୍ଣା l ପୁଅର ସପ୍ନ ପୂରଣ କରିବାକୁ ମା ର ସାହସ ମଧ୍ୟ ପାଉନି l ଶ୍ୟାମ ସୁନ୍ଦର ହେର୍ଣ୍ଣା ଯୁକ୍ତ ଦୁଇ ରେ ଭଲ ମାର୍କ ରଖି ବିବେକାନନ୍ଦ ମେହେର ଜୁନିଅର କଲେଜ ଭୂଲିଆସିକୁଆ କଲେଜ ର ବିଦ୍ୟାପୀଠ ରୁ ପାସ କରିଥିଲେ l ଖାଲି ପାଠ କାହିଁକି ଶାନ୍ତଶିଷ୍ଟ ଏବଂ ସରଳ ସ୍ୱଭାବର ପିଲା ଶ୍ୟାମ l ପାଠ ପଢିବାପାଇଁ ବର୍ତମାନ ରହିଛି ଅନେକ ଦୁର୍ବଳତା l ତେବେ ଆଗକୁ ପାଠ ପଢିବାକୁ ମା ଅସମର୍ଥ l ଶ୍ୟାମଙ୍କ ପlଠ ପଢିବାକୁ ନେଇ ଗ୍ରାମବାସି ଏବଂ ନିଜେ ଶ୍ୟାମ ମଧ୍ୟ ନିବେଦନ ଆର୍ଥିକ ଅସୁବିଧା ପାଇଁ ଏଡ଼ ମିଶନ କେମିତି କରିବେ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି

ରିପୋର୍ଟ – ଶାମ୍ବ କୁମାର ସରାଫ

Leave a Reply

Your email address will not be published. Required fields are marked *