ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ଇଲେକ୍ସନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ ।

ଭୁବନେଶ୍ୱର(୨୦ /୦୪,ପିପିଏଲ୍ ନ୍ୟୁଜ୍ ) : ଦେଶରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିର୍ବାଚନ ଅୟୋଗରେ ଦୁଇ ପ୍ରମୁଖ କରୋନା ସଂକ୍ରମିତ ହେବା ପରେ ଏହାକୁ ନେଇ ଦପ୍ତରରେ ଭୟର ବାତାବରଣ ଖେଳିଯାଇଛି । କହିରଖୁ କି ମୁଖ୍ୟ ନିର୍ବାଚନ ଆୟୂକ୍ତ ସୁନିଲ ଆରୋରା ଅବସର ନେବା ପରେ ମାତ୍ର କିଛିଦିନ ଆଗରୁ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ପାଇଥିଲେ । ଗତକାଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି କି ମେ ପହିଲା ଠାରୁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *