ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହେଲେ ଶରତ ପାୱାର

ମହାରାଷ୍ଟ୍ର (୨୯/୦୩, ପିପିଏଲ୍ ନ୍ୟୁଜ୍): ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର । ଏନସିପି ମୁଖ୍ୟ ଶରଦ ପାୱାର ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇଛି ।ଏନସିପି ନେତା ନବାବ ମଲ୍ଲିକ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଶରଦ ପାୱାର ଏବେ ଏଣ୍ଡୋସ୍କୋପି ଏବଂ ସର୍ଜରୀ ପାଇଁ ମାର୍ଚ୍ଚ ୩୧ ଯାଏଁ ହସ୍ପିଟାଲରେ ରହିବେ । ସେହି ସମୟ ଭିତରେ ଥିବା ତାଙ୍କର ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *