ମୁହଁ ଖୋଲିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱରର ( ୧୫/୦୨,ପିପିଏଲ୍ ନ୍ୟୁଜ୍ ) : ବିଭିନ୍ନ ସ୍ଥାନରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ମୁହଁ ଖୋଲିଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ କାହିଁକି ଚୁପ ବୋଲି କହି ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଯାଇଥିଲା । ଭୁବନେଶ୍ୱରରେ ପହଂଚିବା ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସାଂସଦ ।ଅପରାଜିତା ଷଡଙ୍ଗୀ କହିଛନ୍ତି ଭୁବନେଶ୍ୱରରେ ପୋଷ୍ଟର ଲଗାଇବା ସମୟରେ ସେ ସଂସଦରେ ଉପସ୍ଥିତ ଥିଲେ । ଜାନୁଆରୀ ୨୯ରୁ ଫେବୃଆରୀ ୧୩ ବଜେଟ୍ ଅଧିବେଶନ ଥିବାରୁ ସେ ସଂସଦରେ ଉପସ୍ଥିତ ଥିବା ବେଳେ ପୋଷ୍ଟର ଲାଗିବା କଥା ଜାଣିବାକୁ ପାଇଥିଲେ । ଆସନ୍ତା ମାର୍ଚ୍ଚରେ ମଧ୍ୟ ସଂସଦରେ ରହିବେ । ଏକଥା କହି ପୁଣି ପୋଷ୍ଟର ଲଗାନ୍ତୁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *