ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ବାହାରିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(୨୫/୦୮,ପିପିଏଲ୍ ନ୍ୟୁଜ୍) : ଚଳିତ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ବାହାରିବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ବି ବାହାରିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । କରୋନା କାରଣରୁ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଥିଲା । ପୂର୍ବରୁ ଅଗଷ୍ଟ ଶେଷ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ଘୋଷଣା ହୋଇଥିଲା । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପୂର୍ବରୁ ବାହାରିସାରିଛି ।  କଳା ଓ ଧନ୍ଦମୂଳକ ଶିକ୍ଷା ବିଭାଗର ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟ‌ରେ ପହଞ୍ଚିଛି। ମୂଲ୍ୟାୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ କରାଯିବ ଓ ଅଗଷ୍ଟ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ । ତେବେ ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ ପାଇବ ନାହିଁ। ୱେବ ସାଇଟ ମାଧ୍ୟମ ରେ ପ୍ରକାଶ ପାଇବ ଫଳା ଫଳ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *