ରଥଯାତ୍ରାକୁ ମିଳିଲା ଗ୍ରୀନ୍ ସିଗନାଲ୍

ଭୁବନେଶ୍ୱର( ୨୨/୦୬ , ପିପିଏଲ୍) : ଆସନ୍ତା କାଲି ବଡଦାଣ୍ଡରେ ଗଡିବ ରଥ ।କିଛିଦିନ ଧରି ଚାଲିଥିବା ଦ୍ୱନ୍ଦରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରା ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ପୁରୀରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି । ବଡଦାଣ୍ଡରେ ଚଳିତ ବର୍ଷ ରଥ ଗଡିବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିଲେ ମଧ୍ୟ ବିନା ଭକ୍ତରେ ଘୋଷଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି । କେବଳ ପୁରୀରେ ହିଁ ରଥଯାତ୍ରା ଆୟୋଜିତ ନେଇ ସୁପ୍ରିମ କୋର୍ଟ ନିଷ୍ପତ୍ତି ଦେଇଛନ୍ତି। କୋଭିଡ୍‌-୧୯ ର ସମସ୍ତ ନିୟମ ମାନିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ବୋପନ୍ନା ଓ ବିଚାରପତି ମାହେଶ୍ଵରୀଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।

ରିପୋର୍ଟ – ସନ୍ତୋଷ ସାହୁ

Leave a Reply

Your email address will not be published. Required fields are marked *