ରାକ୍ଷୀ ରେ ରାକ୍ଷୀ, ତୁ ରହିଲୁ ସାକ୍ଷୀ!

ଭୁବନେଶ୍ବର (୦୩/୦୮,ପିପିଏଲ୍ ନ୍ୟୁଜ୍) : ରାକ୍ଷୀ ପୁର୍ଣ୍ଣିମା କୁ ଭିନ୍ନ ଢଙ୍ଗରେ ପାଳନ କଲା ଶ୍ରୀ ଚୈତନ୍ୟ ଫାଉଣ୍ଡେସନ। ଚଳିତ ବର୍ଷ କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନିଜ ଜିନିଷ ବର୍ଜନ ର ଆଭିମୁଖ୍ୟ ରଖି ଫାଉଣ୍ଡେସନ ର ସଦସ୍ୟମାନେ ହାତ ତିଆରି ରାକ୍ଷୀ ଭୁବନେଶ୍ୱର ରେ ବିଭିନ୍ନ କରୋନା ଯୋଦ୍ଧା ମାନଙ୍କୁ ପିନ୍ଧାଇଥିଲେ । ପ୍ରଥମେ ଆଚାର୍ଯ୍ୟ ବିହାର ଟ୍ରାଫିକ୍ ପୋଷ୍ଟ ରେ ଥିବା ଟ୍ରାଫିକ୍ ପୋଲିସ କର୍ମଚାରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନନ୍କୁ ପୂଜା କରିବା ସହିତ ସେମାନେ ଯେପରି ନିଜ ଜୀବନ କୁ ବାଜି ଲଗାଇ ଆମ ପାଇଁ ରାଜରାସ୍ତା ରେ ସେମାନଙ୍କର ବଳିଷ୍ଠ କର୍ତ୍ତବ୍ୟ ପରାୟଣାତା ଦେଖାଉଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ତା’ପରେ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ କୁହାଯାଉଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ ର ମୁଖ୍ୟ ପ୍ରକାଶ କୁମାର ପ୍ରଧାନ , ସମ୍ପାଦିକା ଲୀନା ନନ୍ଦିତା ପରିଡା , ସଂଯୋଜିକା ପ୍ରଭାସିନୀ ବେହେରା ଙ୍କ ସହିତ ଜ୍ଞାନ ରଞ୍ଜନ , ଦିଲ୍ଲୀପ , ବାଦଲ ଓ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ୍ – ସନ୍ତୋଷ ସାହୁ

Leave a Reply

Your email address will not be published. Required fields are marked *