ରାଜଧାନୀରେ ପୁଣି ୧୭ ଆକ୍ରାନ୍ତ ଚିହ୍ନଟ !

ଭୁବନେଶ୍ୱର (୦୬/୦୭ , ପିପିଏଲ୍ ନ୍ୟୁଜ୍): ଆଜି ପୁଣି ଭୁବନେଶ୍ବରରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ଟି କ୍ୱାରେଣ୍ଟିନ୍‌ରୁ ଏଵଂ ୧୦ଟି ଲୋକାଲ୍ କେସ୍ ରହିଛି। ଏଥିସହ ୨ଜଣ କୋଭିଡ୍‌ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 
ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୭୪ଜଣ ସୁସ୍ଥ ହୋଇଥିବାବେଳେ ୧୬୯ଜଣ ଚିକିତ୍ସାଧୀନ ଅଛନ୍ତି। ୬ଜଣଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟ – ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *