ରାଜଧାନୀରେ ବସ୍ତିରେ ମାଡୁଛି କରୋନା ; ଆଜି ରାଜଧାନୀରେ ୯୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (୧୫/୦୭ ,ପିପିଏଲ୍ ନ୍ୟୁଜ୍ ) : ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ନିକଟତର ହୋଇଛି। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ୨୭ ରହିଛି ବୋଲି ବିଏମ୍‌ସି ସୂଚନା ଦେଇଛି।
ତେବେ ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୯୦ଜଣ କରୋନା ସଂକ୍ରମିତଙ୍କ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରେ ୧୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୩୮୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬୨ ଚିକିତ୍ସାଧୀନ ରହିଛନ୍ତି ।

Leave a Reply

Your email address will not be published. Required fields are marked *