ରାଜଧାନୀ ରେ ହେବ ଆଡମ୍ବର ଶୂନ୍ୟ ଦୁର୍ଗାପୂଜା।

ଭୁବନେଶ୍ୱର(୩୧/୦୮,ପିପିଏଲ୍ ନ୍ୟୁଜ୍) : କରୋନା ସଂକ୍ରମଣ ସମୟରେ ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ପୂଜାରେ କ’ଣ କରାଯିବ ଓ କ’ଣ ନକରାଯିବ ସେ ସମ୍ପର୍କରେ ଜାଣନ୍ତୁ

୧- ପୂଜାରେ ତୋରଣ ଓ ଆଲୋକାମଳା ଲାଗିବନି, ମାଇକ ବାଜିବନି
୨- କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ
୩- ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ
୪- ଘର ଘର ବୁଲି ଚାନ୍ଦା କରାଯିବନି, ସ୍ୱଇଚ୍ଛାରେ ଯିଏ ଯାହା ଦେବେ
୫- ଲୋକ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ
୬- ମୂର୍ତ୍ତିର ଉଚ୍ଚତା ୪ରୁ ୫ଫୁଟ ମଧ୍ୟରେ ରହିବ, ନିର୍ଦ୍ଧିଷ୍ଟ ଉଚ୍ଚତା ହେବ
୭- ରାବଣ ପୋଡ଼ି ହେବନାହିଁ କି ଭସାଣ ଉତ୍ସବ କରାଯିବ ନାହିଁ
୮- କେବଳ ମୂର୍ତ୍ତି ବିସର୍ଜନ କରାଯିବ ନେଇ ନିଷ୍ପତି ହୋଇଛି।

Leave a Reply

Your email address will not be published. Required fields are marked *