ରାଜନୀତିକୁ ଅଲବିଦା କହିଲେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

ଭୁବନେଶ୍ବର (୦୧/୮,ପିପିଏଲ୍ ନ୍ୟୁଜ୍ ): ରାଜନୀତିକୁ ଅଲବିଦା କହିଲେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ |ଜଣେ କଣ୍ଠଶିଳ୍ପୀରୁ ରାଜନେତା ଏବଂ ତାପରେ ସାଙ୍ଗସଡ଼ାରୁ କେନ୍ଦ୍ରମନ୍ତ୍ରୀ |ଦିନେ ବାବୁଲ ସୁପ୍ରିୟୋ ଜଣେ କଳାକାର ତଥା କଣ୍ଠଶିଳ୍ପୀ ଥିଲେ | ସେ ବେଙ୍ଗଲୀ , ବଲିଓଡ଼ ଅଲିଓଡ ସିନେମାରେ ଓ ଆଲବମ ରେ ସେ ଅନେକ ଗୀତ ଗାଉଥିଲେ |ନିଜର ସଂଗୀତ ମଧ୍ୟମାରେ ସେ ଲୋକଙ୍କର ମନୋରଞ୍ଜନ କରୁଥିଲେ |ମାତ୍ର , ପରବର୍ତ୍ତୀ ସମୟରେ ସେ କଳାକାରରୁ ପାଲଟିଥିଲେ ରାଜନେତା |ପଶ୍ଚିମବଙ୍ଗରୁ ସାଂସଦ ଓ ମୋଦି ସର୍କରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ |୧୯୭୦ ମସିହାରେ ପଶ୍ଚିମବଙ୍ଗର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିଲେ ବାବୁଲ ସୁପ୍ରିୟୋ |ତାଙ୍କର ଜେଜେମା ଥିଲେ ଜଣେ ସୁପରିଚିତ ସଂଗୀତ କାମ୍ପୋଜାର |ସେ ତାଙ୍କ ଜେଜେମା ଙ୍କଠାରୁ ପ୍ରଭାବିତ ହୋଇ ଗୀତ ଗାଇବା ଆରମ୍ଭ କରିଥିଲେ |ଗ୍ରାଜୁଏସନ ଶେଷ କରିବା ପରେ ସେ ଜଣେ ବ୍ୟାଙ୍କ କର୍ମଚାରୀ ଭାବେ କାମ ଆରମ୍ଭ କରିଥିଲେ |ମାତ୍ର , ସଙ୍ଗୀତର ନିଶା ତାଙ୍କୁ ଟାଣି ଅଣିଥିଲାକ ମୁମ୍ବାଇକୁ |୧୯୯୨ ମସିହାରେ ନିଜର ଚାକିରୀ ଛାଡି ସେ ମୁମ୍ବାଇ ଆସି ସଂଗୀତ କ୍ଷେତ୍ରରେ ନିଜର କ୍ୟାରିଅର ଗଢିବାରେ ଲାଗିପଡ଼ିଥିଲେ |ବିଭିନ୍ନ ସିନେମା ସହ ଷ୍ଟେଜ ସୋ ରେ ଗୀତ ଗାଇବା ଆରମ୍ଭ କରିଥିଲେ | ଓ ମେରେ ଦିଲ କି ଧଡକନ ,କହ ନ ପ୍ୟାର ହେ, ଦରଦ ଭରେ ଦିଲ ନେ ଦିଲ କୋ ପୁକାର ଭଳି ଅନେକ ହିନ୍ଦୀ ସଂ ସହ ରୂପ ବଗିଚାରେ ,ଚିରିଦେବା ଆଗରୁ ,ଅନାମିକା ନାୟିକା ,ମେଘରେ ମେଘରେ ଭଳି ଅନେକ ସୁନ୍ଦର ସୁନ୍ଦର ରୋମାଣ୍ଟିକ ଓଡ଼ିଆ ଟ୍ରାକଙ୍କ ଗାଇଛନ୍ତି ବାବୁଲ ସୁପ୍ରିୟୋ |ପରବର୍ତ୍ତୀ ସାୟାରେ ୨୦୧୪ ମସିହାରେ ସେ ରାଜନୀତି ମୈଦାନରେ ପାଦ ଦେଇଥିଲେ | ବି ଜେ ପି ଟିକେଟରୁ ସେ ଲୋକସଭା ନିର୍ବାଚନ ଲଢ଼ିଥିବାବେଳେ ଅଶନସଲରୁ ବିଜେପି ସାଂସଦ ଭାବେ ପଂହଁଚିଥିଲେ ପାର୍ଲିଆମେଣ୍ଟ |ଏହାପରେ୨୦୧୯ ରେ ସାଂସଦ କୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଭାବେ ଦାଇତ୍ୱ ତୁଲାଇଥିଲେ | ମାତ୍ର , ଗତ ମୋଦି କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ମନ୍ତ୍ରୀପଦ ମିଳିନଥିଲା |କୁହାଯାଉଥିଲା , ବାବୁଲ ସୁପ୍ରିୟୋ ଖୁବ୍ଶୀଘ୍ର କିଛି ବଡ ନିଷ୍ପତି ନେଇପାରନ୍ତି |ମାତ୍ର , ନିଜ ଫସବୁକ ପେଜ ରେ ଲେଖିଛନ୍ତି ଲୋକଙ୍କ ସେବା କରିବାକୁ ରାଜନୀତିରେ ରହିବ ଜରୁରୀ ନୁହେଁ |ରାଜନୀତିରୁ ବାହାରି ମଧ୍ୟ ସେ ଲୋକଙ୍କ ସେବା କରିପାରିବେ |

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *