ରାଜୀବ କୁମାର ହେବେ ନୂତନ ନିର୍ବାଚନ କମିଶନର

ନୂଆଦିଲ୍ଲୀ (୨୨/୦୮ , ପିପିଏଲ୍ ନ୍ୟୁଜ୍ ) : ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଅଗଷ୍ଟ ୩୧ ତାରିଖରେ ସେ ବିଦାୟୀ ନିର୍ବାଚନ କମିଶନର ଅଶୋକ ଲାଭସାଙ୍କ ସ୍ଥାନ ନେବେ ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ପୂର୍ବରୁ ଅଗଷ୍ଟ ୧୮ରେ ନିର୍ବାଚନ କମିସନର ଅଶୋକ ଲାଭସା ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଗ୍ରହଣ କରିଥିଲେ।

ସମ୍ବିଧାନର ଧାରା ୩୨୪ (୨) ଅନୁଯାୟୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଅଗଷ୍ଟ ୩୧ ତାରିଖ ଦିନ ଅଶୋକ ଲାଭସାଙ୍କ ସ୍ଥାନରେ ରାଜୀବ କୁମାର ଅବସ୍ଥାପିତ ହେବେ। ଏହାପୂର୍ବରୁ ଅଗଷ୍ଟ ୧୮ରେ ନିର୍ବାଚନ କମିସନର ଅଶୋକ ଲାଭସା ଇସ୍ତଫା ଦେବା କଥା ଘୋଷଣା କରିଥିଲେ। ଲାଭସା ଆସନ୍ତା ମାସରେ ଫିଲିପାଇନ୍ସ ସ୍ଥିତ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ରେ ଉପାଧ୍ୟକ୍ଷ ପଦରେ ଯୋଗଦେବେ। ସେ ଜାନୁୟାରୀ 2018 ରେ ନିର୍ବାଚନ କମିଶନର ଦାଇତ୍ୱ ନିର୍ବାହ କରିଥିଲେ। ନିର୍ବାଚନ ଆୟୋଗ ଇତିହାସରେ ଲାଭସା ଦ୍ୱିତୀୟ କମିଶନର ହେବେ ଯିଏକି ତାଙ୍କ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଇସ୍ତଫା ଦେଇ ନୂତନ ଦାଇତ୍ୱ ଗ୍ରହଣ କରିବେ ।

ଲାଭସାଙ୍କ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ନାଗେନ୍ଦ୍ର ସିଂ 1973 ମସିହାରେ ଇସ୍ତଫା ଦେଇଥିଲେ ଯେତେବେଳେ ତାଙ୍କୁ ଏକ ଆନ୍ତର୍ଜାତୀୟ ନ୍ୟାୟିକ କୋର୍ଟରେ ବିଚାରପତି କରାଯାଇଥିଲା। ଲାଭାସା ମଧ୍ୟ ଆସନ୍ତା ବର୍ଷ ଏପ୍ରିଲ୍ 2021 ରେ ମୁଖ୍ୟ ନିର୍ବାଚନ କମିଶନର ହୋଇଥାନ୍ତେ ଏବଂ 2022 ଅକ୍ଟୋବର ସୁଦ୍ଧା ୟୁପି, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ଲାଭସା ପୂର୍ବରୁ ଭାରତର କେନ୍ଦ୍ର ଅର୍ଥ ସଚିବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବଙ୍କ ସମେତ ଅନେକ ବରିଷ୍ଠ ପଦବୀରେ କାର୍ଯ୍ୟ କରିଛନ୍ତି।

ରିପୋର୍ଟ – ସନ୍ତୋଷ

Leave a Reply

Your email address will not be published. Required fields are marked *