ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଚାରି କ୍ରୀଡ଼ାବିତ୍

ନୂଆଦିଲ୍ଲୀ(୧୮/୦୮,ପିପିଏଲ୍ ନ୍ୟୁଜ୍) :  କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହେଲେ ୪ ଖେଳାଳୀ। ଏହା ମଧ୍ୟ ରେ ରହିଛନ୍ତି ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ତେବେ ରୋହିତଙ୍କ ବ୍ୟତୀତ ଆଉ ୩ ଜଣ ଖେଳାଳିଙ୍କ ନାଁ ମଧ୍ୟ ଏହି ପୁରସ୍କାର ପାଇଁ ଚୟନ କରାଯାଇ ସରକାରଙ୍କ ପାଖକୁ ପଠାଯାଇଛି । ପୁରସ୍କାର ଚୟନ କମିଟି ଆଜି ଏଥିପାଇଁ ସେମାନଙ୍କ ନାଁ ସୁପାରିଶ କରିଛି । ସେହି ୩ ଜଣ ହେଲେ ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିଅନ୍ ମନିକା ବାତ୍ରା ଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମରିପ୍ପାନ ଥାଙ୍ଗାଭେଲୁ । ସୂଚନା ଅନୁଯାୟୀ, ୨୦୧୬ ପରେ ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ପାଇବା ପାଇଁ ଏକାସଙ୍ଗେ ୪ ଜଣଙ୍କ ନାଁ ସୁପାରିଶ କରାଯାଇଛି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ଚତୁର୍ଥ କ୍ରିକେଟର ଭାବେ ଖେଳ ରତ୍ନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *