ରାଜ୍ୟରେ କରୋନା ନେଲା ଆଉ ୧୬ ମୁଣ୍ଡ

ଭୁବନେଶ୍ୱର(୨୬/୦୯,ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ କରୋନା ନେଲା ଆଉ ୧୬ ଜଣଙ୍କ ଜୀବନ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ହୋଇଛି। ଆଜି କରୋନାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ଜଣଙ୍କ ଜୀବନ ଯାଇଛି। ଖୋର୍ଦ୍ଧା ଜିଲାରେ ୪ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ ୩ଜଣ , ପୁରୀ ଓ କରୋପୁଟ ଜିଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବଲାଙ୍ଗିର, ବାଲେଶ୍ବର, କଟକ, ଜଗତସିଂହପୁର, ଯାଜପୁର ଓ ମୟୁରଭଞ୍ଜ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *