ରାଜ୍ୟରେ ପୁଣି ଚିହ୍ନଟ ହେଲେ ୫୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: (୦୯.୦୭, ପିପିଏଲ ନ୍ୟୁଜ୍) ଆଜି ରାଜ୍ୟରେ ପୁଣି ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୫୭୭ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୪୧୬ ଜଣ କ୍ୱାରେଣ୍ଟାଇନ ସେଣ୍ଟର୍ ରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୬୧ ଜଣ ସ୍ଥାନୀୟ ସଂକ୍ରମଣ ରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ୫୭୭ ଜଣ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ କୁ ବୃଦ୍ଧି ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୫୭୭ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ରୁ ସର୍ବାଧିକ ୨୬୦ ଜଣ, ସୁନ୍ଦରଗଡ଼ ରୁ ୮୩ ଜଣ, ଖୋର୍ଦ୍ଧାରୁ ୫୬ ଜଣ, କେନ୍ଦୁଝର ରୁ ୪୮ ଜଣ, ବାଲେଶ୍ଵର ରୁ ୩୦ ଜଣ, ଗଜପତି ରୁ ୧୭ ଜଣ, କଟକ ଏବଂ ମୟୂରଭଞ୍ଜ ରୁ ୧୪ ଜଣ ଲେଖାଏଁ, ଯାଜପୁର ରୁ ୯ ଜଣ, ଅନୁଗୁଳ ଏବଂ ଜଗତସିଂହପୁର ରୁ ୭ ଜଣ ଲେଖାଏଁ, କୋରାପୁଟ ରୁ ୬ ଜଣ, ବୌଦ୍ଧ ଏବଂ ପୁରୀ ରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ରୁ ୪ ଜଣ, ସମ୍ବଲପୁର ଏବଂ କେନ୍ଦ୍ରାପଡା ରୁ ୩ ଜଣ ଲେଖାଏଁ, ଭଦ୍ରକ ରୁ ୨ ଜଣ, ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି ଏବଂ ନୟାଗଡ଼ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *