ରାଜ୍ୟରେ ପୁଣି ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର (୧୯/୦୮, ପିପିଏଲ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର। ଆଜି ପୁଣି ୧୬୨୧ ଜଣ କୋରାନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏହି ୧୬୨୧ ଜଣ କୋରନା ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ କୋରାନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ୪୬୯୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୋଟେ ପଟେ ରାଜ୍ୟରେ ମାତ୍ରାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଅନ୍ୟପଟେ ଅନେକ ମାତ୍ରାରେ ସୁସ୍ଥ ମଧ୍ୟ ହେଉଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ସୁସ୍ଥ ହୋଇଥିବା ୧୬୨୧ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୪ ଜଣ, ଖୋର୍ଦ୍ଧାରୁ ୨୬୫, ଗଜପତି ରୁ ୧୨୭, କଟକରୁ ୧୧୦, ପୁରୀ ରୁ ୮୫, କୋରାପୁଟ ରୁ ୬୯, ନୂଆପଡ଼ା ରୁ ୬୮, ବାଲେଶ୍ଵର ରୁ ୬୬, ନୟାଗଡ଼ ରୁ ୬୨, ବରଗଡ଼ ରୁ ୫୪, କଳାହାଣ୍ଡି ରୁ ୪୩, ସୁନ୍ଦରଗଡ଼ ରୁ ୪୧, କନ୍ଧମାଳ ରୁ ୩୫, ମାଲକାନାଗିରି ରୁ ୩୩, ଯାଜପୁର ରୁ ୩୨, ଢେଙ୍କାନାଳ ରୁ ୨୫, କେନ୍ଦ୍ରାପଡ଼ା ରୁ ୨୩, ଭଦ୍ରକ ଏବଂ ବଲାଙ୍ଗୀର ରୁ ୨୨ ଜଣ ଲେଖାଏଁ, ମୟୂରଭଞ୍ଜ ୨୧ ଜଣ, ଝାରସୁଗୁଡ଼ା ରୁ ୨୦, ରାୟଗଡ଼ା ରୁ ୧୮, କେଉଁଝର ରୁ ୧୭, ସମ୍ବଲପୁର ରୁ ୧୪, ବୌଦ୍ଧ ରୁ ୧୧, ନବରଙ୍ଗପୁର ରୁ ୮, ଜଗତସିଂହପୁର ରୁ ୩, ସୋନପୁର ରୁ ୨, ଅନୁଗୁଳ ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *