ରାଜ୍ୟରେ ପୁଣି ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: (୨୧/୦୮, ପିପିଏଲ ନ୍ୟୁଜ୍) ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରନା ଆକ୍ରାନ୍ତ ଙ୍କ ସଂଖ୍ୟା। ଆଜି ପୁଣି ଚିହ୍ନଟ ହୋଇଛନ୍ତି ୨୬୯୮ ଜଣ କୋରନା ଆକ୍ରାନ୍ତ। ଆଜି ଚିହ୍ନଟ ହୋଇଥିବା ଏହି ୨୬୯୮ ଜଣ କୋରନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୫ ଜଣ କ୍ୱରେଣ୍ଟାଇନ ସେଣ୍ଟର୍ ରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୦୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବଂ ଏହି ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮ କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ଚିହ୍ନଟ ହୋଇଛନ୍ତି ଏବଂ କଟକରୁ ୨୦୭ ଜଣ, ଗଞ୍ଜାମରୁ ୧୬୨, ରାୟଗଡ଼ା ରୁ ୧୫୪, କୋରାପୁଟ ୧୪୬, ମୟୂରଭଞ୍ଜ ୧୨୮, ସୁନ୍ଦରଗଡ଼ ରୁ ୧୦୩ ଏବଂ ବାଲେଶ୍ବର ରୁ ୧୦୨ ଜଣ ଚିହ୍ନଟ ହୋଇଛନ୍ତି। ଏହିପରି ଭାବେ ମୋଟ ୩୦ ଟି ଜିଲ୍ଲାରୁ ୨୬୯୮ ଜଣ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୪୮୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ବର୍ତ୍ତମାନ ସୁଦ୍ଧା ୨୩ ୬୯୯ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *