ରାଜ୍ୟରେ ୧୬ ହଜାର ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ; ଆଜି ୭୧୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର (୧୭/୦୭ , ପିପିଏଲ୍ ନ୍ୟୁଜ୍ ) : ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୩୯ ରହିଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ ୯, ବାଲେଶ୍ୱରରୁ ୯, ବରଗଡରୁ ୪, ଭଦ୍ରକରୁ ୧୦, କଟକରୁ ୩୨, ଢେଙ୍କାନାଳରୁ ୬, ଗଜପତିରୁ ୨୧, ଗଞ୍ଜାମରୁ ୨୩୧, ଜଗତସିଂପୁରରୁ ୧୬, ଝାରସୁଗୁଡାରୁ ୨୪, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୪, କେଉଂଝରରୁ ୨୮, ଖୋର୍ଧାରୁ ୧୫୦, କୋରାପୁଟର ୨୭ ଜଣ ରହିଛନ୍ତି । ସେହିପରି ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ଜଣେ, ନୟାଗଡରୁ ୧୩, ପୁରୀରୁ ୯, ରାୟଗଡାରୁ ୧୯, ସମ୍ବଲପୁରରୁ ୭, ସୋନପୁରରୁ ୫ ଓ ସୁନ୍ଦରଗଡରୁ ୧୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *