ଭୁବନେଶ୍ୱର(୨୮/୦୮,ପିପିଏଲ୍ ନ୍ୟୁଜ୍) : ରାଜ୍ୟ ରେ ଲଗାତାର ୩ଦିନ ହେବା ପୂର୍ବ ଦିନ ର ରେକର୍ଡ ଭାଙ୍ଗୁଛି କରୋନା। ଆଜି ରାଜ୍ୟରେ ସର୍ବାଧିକ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୨୪୧ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୪୪୧ ଲୋକାଲ ସଂକ୍ରମଣ ରହିଛି । ଏହାକୁ ମିସାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯୪ହଜାର ୬୬୮ରେ ପହଞ୍ଚିଲାଣି । ଆଜି ଅନୁଗୁଳରୁ ୫୬, ବାଲେଶ୍ୱରରୁ ୮୭, ବରଗଡ ୧୫୨, ଭଦ୍ରକ ୫୧, ବଲାଙ୍ଗିର ୬୮, ନବରଙ୍ଗପୁର ୩୮, ନୟାଗଡ ୧୦୯, ନୂଆପଡା ୨୩, ପୁରୀ ୧୧୫, ରାୟଗଡା ୪୯୫, ସମ୍ୱଲପୁର ୧୨୮, ସୋନପୁର ୨୭, ସୁନ୍ଦରଗଡ ୨୭, କଟକ ୩୬୯, ଦେବଗଡ ୧୨, ଢ଼େଙ୍କାନାଳ ୬୧, ଗଜପତି ୪୮, ଗଞ୍ଜାମ ୧୭୪, ଜଗତସିଂହପୁର ୪୪, ଯାଜପୁର ୮୮, ଝାରସୁଗୁଡା ୪୩, କଳାହାଣ୍ଡି ୪୧, କନ୍ଧମାଳ ୩୬, କେନ୍ଦ୍ରାପଡା ୪୪, କେନ୍ଦୁଝର ୫୯, ଖୋର୍ଦ୍ଦା ୭୭୫, କୋରାପୁଟ ୧୪୦, ମାଲକାନଗିରି ୮୬ ଚିହ୍ନଟ ହୋଇଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା