ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ଭୁବନେଶ୍ବର ( ୨୧/୦୭, ପିପିଏଲ୍ ନ୍ୟୁଜ୍ ) :ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ଜଗତସିଂହପୁର ଜିଲ୍ଲାର ଯୁବ ବିଜେଡ଼ି ନେତା ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଙ୍କର ପିତୃ ବିୟୋଗ ଘଟିଛି । ଗତ ଦୁଇ ଦିନ ହେବ ଅମରେନ୍ଦ୍ର ଙ୍କ ପିତା ରବୀନ୍ଦ୍ର ନାଥ ଦାସ (ବୁଢ଼ାବାବୁ ) ଭୁବନେଶ୍ୱର କେୟାର ହସ୍ପିଟାଲ ରେ ହୃଦଘାତ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ।। ଗତକାଲି ସଂଧ୍ୟା ୫.୩୦ ରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ରବୀନ୍ଦ୍ର ନାଥ ଦାସ ରଘୁନାଥପୁର ବ୍ଲକ ସବରେଜିଷ୍ଟାର ଅଫିସରେ ଦଲିଲ ଲେଖକ ଭାବେ କାର୍ଯ୍ୟ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ନିଜ ଗ୍ରାମ ଗୋପଳସାଗର ତଥା ସମଗ୍ର ଜଗତସିଂହପୁର ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ୍ – ତନ୍ମୟ ପଣ୍ଡା

Leave a Reply

Your email address will not be published. Required fields are marked *