ଭୁବନେଶ୍ୱର(୦୧/୦୭, ପିପିଏଲ୍ ନ୍ୟୁଜ୍) : ରାଜ୍ୟ ପାଇଁ ଖୁସି ଖବର। ଆଜି ପୁଣି ୧୬୪ ଜଣ କୋରାନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏହି ୧୬୪ ଜଣ କୋରନା ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ କୋରାନା ଆରୋଗ୍ୟଙ୍କ ସଂଖ୍ୟା ୫୩୫୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଥିଲା ବେଳେ ଅନ୍ୟପଟେ ଅନେକ ମାତ୍ରାରେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଥିବାର ସୂଚନା ମିଳୁଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ସୁସ୍ଥ ହୋଇଥିବା ୧୬୪ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮ ଜଣ, ଜଗତସିଂହପୁର ରୁ ୩୧ ଜଣ, ବାଲେଶ୍ଵର ରୁ ୨୬ ଜଣ, କଟକ ରୁ ୨୫ ଜଣ, ଯାଜପୁର ଏବଂ ଖୋର୍ଦ୍ଧାରୁ ୧୨ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଏବଂ ସୁନ୍ଦରଗଡ଼ ରୁ ୩ ଜଣ ଲେଖାଏଁ, କେନ୍ଦୁଝର ୨ ଜଣ, ଭଦ୍ରକ ଏବଂ ନୟାଗଡ଼ ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା