ରାଜ୍ୟ ବଢୁଛି ସାଇବର ଅପରାଧ ?

ଭୁବନେଶ୍ୱର(୨୧ /୦୩, ପିପିଏଲ୍ ନ୍ୟୁଜ୍): ରାଜ୍ୟରେ ସାଇବର ଅପରାଧ ମାମଲା ବଢ଼ୁଛି ବୋଲି ଆଜି ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ  ଏହା କହିଛନ୍ତି।୨୦୧୯ ଓ ୨୦୨୦ରେ ରାଜ୍ୟରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲାର ବିବରଣୀ ଦେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ୨୦୧୯ ମସିହାରେ ୧୪୭୫ଟି ମାମଲା ରୁଜୁ ହୋଇଥିଲା। ଅପରପକ୍ଷରେ ୨୦୨୦ ମସିହାରେ ଏହା ୧୯୩୧କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *